Bisforana:Jammu-Srinagar-National-Highway-opened-for-vehicle-movement

ଯାନବାହାନ ଚଳାଚଳ ପାଇଁ ଖୋଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ

bhubaneswar

 

ଜାମ୍ମୁ 2 ଜୁଲାଇ -ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ବୁଧବାର ଦିନ ମଧ୍ୟ ଜାରି ରହିଛି।ତଥାପି ଟ୍ରାଫିକ ବିଭାଗ ଆଡଭାଇଜରି ଜାରି କରି ଡ୍ରାଇଭରମାନଙ୍କୁ କଟଅଫ ସମୟକୁ କଡାକଡି ପାଳନ କରିବାକୁ କହିଛନ୍ତି।କଟଅଫ ସମୟ ପରେ କୌଣସି ମଧ୍ୟ ଯାନବାହାନ ଚଳାଚଳ କରିପାରିବନାହିଁ।ଏହାରି ମଧ୍ୟରେ ଆଜି ଛୋଟ ଯାନବାହାନଗୁଡିକୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରୁ ବଡ ଯାନବାହାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଚଳାଚଳ କରିବାକୁ ଅନୁମତି ଦିଆଯାଉଛି।ଛୋଟ ଯାନଗୁଡିକୁ ଜାମ୍ମୁ ପାର୍ଶ୍ୱରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଏବଂ କାଜୀଗୁଣ୍ଡ ପାର୍ଶ୍ୱରୁ ଦୁଇଟା ପର୍ଯ୍ୟନ୍ତ ଯାତାୟତ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନବାହାନଗୁଡିକୁ କେବଳ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଯାତାୟତ କରିବାକୁ କୁହାଯାଇଛି।ଯାତାୟତ ବିଭାଗ ଅନୁସାରେ କଟ ଅଫ ସମୟ ପରେ  କୌଣସି ମଧ୍ୟ ଯାନବାହାନ ଚଳାଚଳ  କରିପାରିବ ନାହିଁ।

 

 

0 Comments

Leave A Reply