Bisforana:Heavy-rain-forecast-from-5th-to-7th-July

5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ

bhubaneswar

 

ଶିମଳା 2 ଜୁଲାଇ -ହିମାଚଳପ୍ରଦେଶରେ ମୌସୁମୀ ବର୍ଷା ପ୍ରବଳ କ୍ଷତି ଘଟାଉଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ।ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୁର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ଆଜିଠାରୁ  4 ଜୁଲାଇ ପର୍ଯ୍ୟନ୍ତ ୟେଲୋ ଆର୍ଲଟ ମଧ୍ୟ ଜାରି କରାଯାଇଛି।ବିଭାଗ 8 ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଖରାପ ରହିବ ବୋଲି ବିଭାଗ ସତର୍କ କରାଇଦେଇଛି ଏବଂ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି।ରାଜ୍ୟର ଅନେକ ସ୍ଥାନରେ  ଆଜି ମଧ୍ୟ ମେଘୁଆ ରହିଛି।ପାଣିପାଗ ବିଜ୍ଞାନ କେନ୍ଦ୍ର  ଅନୁସାରେ ଗତ 24 ଘଣ୍ଟାରେ ସୋଲନ ଜିଲ୍ଲାର କସୌଲୀରେ ସର୍ବାଧିକ 55ମି.ମି ବର୍ଷା ରେକର୍ଡ କରାଯାଇଛି।ଏହା ବ୍ୟତୀତ ବାଗୀରେ 54 ମି.ମି ,ଧର୍ମପୁରରେ 38 ମି.ମି ,ମଣ୍ଡିରେ 36 ମି.ମି ,ସରାହନରେ 32 32 ମି.ମି ଏବଂ ସୋଲନରେ 28 ମି.ମି ବର୍ଷା ହୋଇଛି।ନିରନ୍ତର ବର୍ଷା ଯୋଗୁଁ ଭୁସ୍ଗଳନ ଏବଂ ଜଳବନ୍ଦୀଘଟଣାର ଆଶଙ୍କା ବୃଦ୍ଧି ପାଇଛି।

0 Comments

Leave A Reply